﻿ପ୍ରଥମ ବଂଶାବଳୀ.
6.
ଲେବୀର ପୁତ୍ର ଗେର୍ଶୋନ‍, କହାତ ଓ ମରାରି। 
କହାତର ପୁତ୍ର ଅମ୍ରାମ୍‍, ଯିଷ୍‍ହର ଓ ହିବ୍ରୋଣ ଓ ଉଷୀୟେଲ। 
ଅମ୍ରାମ୍‍ର ସନ୍ତାନ ହାରୋଣ ଓ ମୋଶା ଓ ମରୀୟମ। ପୁଣି, ହାରୋଣର ପୁତ୍ର ନାଦବ୍‍ ଓ ଅବୀହୂ, ଇଲୀୟାସର ଓ ଈଥାମର। 
ଇଲୀୟାସର ପୀନହସ୍‍କୁ ଜାତ କଲା, ପୀନହସ୍‍ ଅବୀଶୂୟକୁ ଜାତ କଲା; 
ପୁଣି, ଅବୀଶୂୟ ବୁକ୍କିକୁ ଜାତ କଲା ଓ ବୁକ୍କୁ ଉଷିକୁ ଜାତ କଲା; 
ଆଉ ଉଷି ସରହୀୟକୁ ଜାତ କଲା ଓ ସରହୀୟ ମରାୟୋତ୍‍କୁ ଜାତ କଲା; 
ମରାୟୋତ୍‍ ଅମରୀୟକୁ ଜାତ କଲା, ଅମରୀୟ ଅହୀଟୂବ୍‍କୁ ଜାତ କଲା। 
ଆଉ ଅହୀଟୂବ୍‍ ସାଦୋକକୁ ଜାତ କଲା, ସାଦୋକ ଅହୀମାସ୍‍କୁ ଜାତ କଲା; 
ଅହୀମାସ୍‍ ଅସରୀୟକୁ ଜାତ କଲା, ଅସରୀୟ ଯୋହାନନ୍‍କୁ ଜାତ କଲା; 
ଆଉ ଯୋହାନନ୍‍ ଅସରୀୟକୁ ଜାତ କଲା, ଏହି ଅସରୀୟ ଯିରୂଶାଲମରେ ଶଲୋମନ ନିର୍ମିତ ମନ୍ଦିରରେ ଯାଜକ କର୍ମ କଲା। 
ଅସରୀୟ ଅମରୀୟକୁ ଜାତ କଲା, ଅମରୀୟ ଅହୀଟୂବ୍‍କୁ ଜାତ କଲା; 
ପୁଣି, ଅହୀଟୂବ୍‍ ସାଦୋକକୁ ଜାତ କଲା, ସାଦୋକ ଶଲ୍ଲୁମ୍‍କୁ ଜାତ କଲା; 
ଶଲ୍ଲୁମ୍‍ ହିଲ୍‍କୀୟକୁ ଜାତ କଲା, ହିଲ୍‍କୀୟ ଅସରୀୟକୁ ଜାତ କଲା; 
ଆଉ ଅସରୀୟ ସରାୟକୁ ଜାତ କଲା ଓ ସରାୟ ଯିହୋଷାଦକଙ୍କୁ ଜାତ କଲା। 
ପୁଣି, ସଦାପ୍ରଭୁ ନବୂଖଦ୍‍ନିତ୍ସରର ହସ୍ତ ଦ୍ୱାରା ଯିହୁଦା ଓ ଯିରୂଶାଲମକୁ ନିର୍ବାସନ କରିବା ସମୟରେ ଏହି ଯିହୋଷାଦକ ବନ୍ଦୀ ହୋଇଗଲା। 
ଲେବୀର ପୁତ୍ର ଗେର୍ଶୋମ, କହାତ ଓ ମରାରି ଥିଲେ। 
ଗେର୍ଶୋମର ପୁତ୍ରମାନଙ୍କ ନାମ ଲିବ୍‍ନି ଓ ଶିମୀୟି। 
କହାତର ପୁତ୍ର ଅମ୍ରାମ୍‍, ଯିଷ୍‍ହର, ହିବ୍ରୋଣ ଓ ଉଷୀୟେଲ। 
ମରାରିର ପୁତ୍ର ମହଲି ଓ ମୂଶି; ଆଉ ଆପଣା ଆପଣା ପିତୃବଂଶାନୁସାରେ ଏସମସ୍ତେ ଲେବୀୟ ଗୋଷ୍ଠୀ। 
ଗେର୍ଶୋମର (ସନ୍ତାନ); ତାହାର ପୁତ୍ର ଲିବ୍‍ନି, ତାହାର ପୁତ୍ର ଯହତ୍‍, ତାହାର ପୁତ୍ର ସିମ୍ମ; 
ତାହାର ପୁତ୍ର ଯୋୟାହ, ତାହାର ପୁତ୍ର ଇଦ୍ଦୋ, ତାହାର ପୁତ୍ର ସେରହ, ତାହାର ପୁତ୍ର ଯୀୟତ୍ରୟ। 
କହାତର ସନ୍ତାନ; ତାହାର ପୁତ୍ର ଅମ୍ମୀନାଦବ, ତାହାର ପୁତ୍ର କୋରହ, ତାହାର ପୁତ୍ର ଅସୀର; 
ତାହାର ପୁତ୍ର ଇଲ୍‍କାନା, ତାହାର ପୁତ୍ର ଅବୀୟାସଫ, ତାହାର ପୁତ୍ର ଅସୀର; 
ତାହାର ପୁତ୍ର ତହତ, ତାହାର ପୁତ୍ର ଊରୀୟେଲ, ତାହାର ପୁତ୍ର ଉଷୀୟ, ତାହାର ପୁତ୍ର ଶୌଲ। 
ଇଲ୍‍କାନାର ସନ୍ତାନ ଅମାସୟ ଓ ଅହୀମୋତ୍‍। 
ଇଲ୍‍କାନା; ଇଲ୍‍କାନାର ସନ୍ତାନ; ତାହାର ପୁତ୍ର ସୋଫୀ, ତାହାର ପୁତ୍ର ନହତ୍‍; 
ତାହାର ପୁତ୍ର ଇଲୀୟାବ୍‍, ତାହାର ପୁତ୍ର ଯିରୋହମ, ତାହାର ପୁତ୍ର ଇଲ୍‍କାନା। 
ଶାମୁୟେଲଙ୍କର ସନ୍ତାନ; ପ୍ରଥମଜାତ ଯୋୟେଲ ଓ ଦ୍ୱିତୀୟ ଅବୀୟ। 
ମରାରିର ସନ୍ତାନ ମହଲି, ତାହାର ପୁତ୍ର ଲିବ୍‍ନି, ତାହାର ପୁତ୍ର ଶିମୀୟି, ତାହାର ପୁତ୍ର ଉଷଃ; 
ତାହାର ପୁତ୍ର ଶିମୀୟ, ତାହାର ପୁତ୍ର ହଗୀୟ, ତାହାର ପୁତ୍ର ଅସାୟ। 
(ନିୟମ)ସିନ୍ଦୁକ ବିଶ୍ରାମ-ସ୍ଥାନ ପାଇଲା ଉତ୍ତାରେ ଦାଉଦ ଯେଉଁମାନଙ୍କୁ ସଦାପ୍ରଭୁଙ୍କ ଗୃହର ଗାନ-ସେବାରେ ନିଯୁକ୍ତ କରିଥିଲେ, ସେମାନଙ୍କର ନାମ ଏହି। 
ପୁଣି, ଶଲୋମନ ଯିରୂଶାଲମରେ ସଦାପ୍ରଭୁଙ୍କ ଗୃହ ନିର୍ମାଣ ନ କରିବା ପର୍ଯ୍ୟନ୍ତ ସେମାନେ ସମାଗମ-ତମ୍ବୁରୂପ ଆବାସ ସମ୍ମୁଖରେ ଗାନ ଦ୍ୱାରା ପରିଚର୍ଯ୍ୟା କଲେ ଓ ସେମାନେ ଆପଣା ଆପଣା ପାଳି ଅନୁସାରେ ସ୍ୱ ସ୍ୱ ପଦରେ ସେବା କଲେ। 
ଆଉ ସେହି ସେବାକାରୀ ଲୋକମାନେ ଓ ସେମାନଙ୍କ ସନ୍ତାନଗଣ, ଯଥା, କହାତୀୟ ସନ୍ତାନଗଣ ମଧ୍ୟରେ ହେମନ ଗାୟକ, ସେ ଯୋୟେଲର ପୁତ୍ର, ସେ ଶାମୁୟେଲଙ୍କର ପୁତ୍ର; 
ସେ ଇଲ୍‍କାନାର ପୁତ୍ର, ସେ ଯିରୋହମର ପୁତ୍ର, ସେ ଇଲୀୟେଲ୍‍ର ପୁତ୍ର, ସେ ତୋହର ପୁତ୍ର; 
ସେ ସୂଫର ପୁତ୍ର, ସେ ଇଲ୍‍କାନାର ପୁତ୍ର, ସେ ମାହତ୍‍ର ପୁତ୍ର, ସେ ଅମାସୟର ପୁତ୍ର; 
ସେ ଇଲ୍‍କାନାର ପୁତ୍ର, ସେ ଯୋୟେଲର ପୁତ୍ର, ସେ ଅସରୀୟର ପୁତ୍ର, ସେ ସଫନୀୟର ପୁତ୍ର; 
ସେ ତହତର ପୁତ୍ର, ସେ ଅସୀରର ପୁତ୍ର, ସେ ଅବୀୟାସଫର ପୁତ୍ର, ସେ କୋରହର ପୁତ୍ର; 
ସେ ଯିଷ୍‍ହରିର ପୁତ୍ର, ସେ କହାତର ପୁତ୍ର, ସେ ଲେବୀର ପୁତ୍ର, ସେ ଇସ୍ରାଏଲର ପୁତ୍ର। 
ହେମନର ଭ୍ରାତା ଆସଫ ତାହାର ଦକ୍ଷିଣରେ ଠିଆ ହେଲା, ସେହି ଆସଫ ବେରିଖୀୟର ପୁତ୍ର, ସେ ଶିମୀୟର ପୁତ୍ର; 
ସେ ମୀଖାୟେଲର ପୁତ୍ର, ସେ ବାସେୟର ପୁତ୍ର, ସେ ମଲ୍‍କୀୟର ପୁତ୍ର; 
ସେ ଇତ୍‍ନିର ପୁତ୍ର, ସେ ସେରହର ପୁତ୍ର, ସେ ଅଦାୟାର ପୁତ୍ର; 
ସେ ଏଥନ୍‍ର ପୁତ୍ର, ସେ ସିମ୍ମର ପୁତ୍ର, ସେ ଶିମୀୟିର ପୁତ୍ର। 
ସେ ଯହତ୍‍ର ପୁତ୍ର, ସେ ଗେର୍ଶୋମର ପୁତ୍ର, ସେ ଲେବୀର ପୁତ୍ର। 
ବାମ ଭାଗରେ ସେମାନଙ୍କ ଭ୍ରାତୃଗଣ ମରାରିର ସନ୍ତାନମାନେ ଠିଆ ହେଲେ; ଏଥନ୍‍ କୀଶିର ପୁତ୍ର, ସେ ଅବ୍‍ଦିର ପୁତ୍ର, ସେ ମଲ୍ଲୁକର ପୁତ୍ର; 
ସେ ହଶବୀୟର ପୁତ୍ର, ସେ ଅମତ୍‍ସୀୟର ପୁତ୍ର, ସେ ହିଲ୍‍କୀୟର ପୁତ୍ର; 
ସେ ଅମ୍ସିର ପୁତ୍ର, ସେ ବାନିର ପୁତ୍ର, ସେ ଶେମରର ପୁତ୍ର; 
ସେ ମହଲିର ପୁତ୍ର, ସେ ମୂଶିର ପୁତ୍ର, ସେ ମରାରିର ପୁତ୍ର, ସେ ଲେବୀର ପୁତ୍ର। 
ସେମାନଙ୍କ ଭ୍ରାତୃଗଣ ଲେବୀୟମାନେ ପରମେଶ୍ୱରଙ୍କ ଗୃହରୂପ ଆବାସର ସମସ୍ତ ସେବାରେ ନିଯୁକ୍ତ ଥିଲେ। 
ମାତ୍ର ହାରୋଣ ଓ ତାଙ୍କର ପୁତ୍ରଗଣ ପରମେଶ୍ୱରଙ୍କ ସେବକ ମୋଶାଙ୍କର ସମସ୍ତ ଆଜ୍ଞା ପ୍ରମାଣେ ମହାପବିତ୍ର ସ୍ଥାନର ସମସ୍ତ କାର୍ଯ୍ୟ ନିମନ୍ତେ ଓ ଇସ୍ରାଏଲ ପାଇଁ ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ହୋମାର୍ଥକ ବେଦି ଉପରେ ଓ ଧୂପାର୍ଥକ ବେଦି ଉପରେ ଉତ୍ସର୍ଗ କଲେ। 
ହାରୋଣଙ୍କର ସନ୍ତାନଗଣ; ହାରୋଣଙ୍କର ପୁତ୍ର ଇଲୀୟାସର, ତାହାର ପୁତ୍ର ପୀନହସ୍‍, ତାହାର ପୁତ୍ର ଅବୀଶୂୟ 
ତାହାର ପୁତ୍ର ବୁକ୍କି, ତାହାର ପୁତ୍ର ଉଷି, ତାହାର ପୁତ୍ର ସରହୀୟ; 
ତାହାର ପୁତ୍ର ମରାୟୋତ୍‍, ତାହାର ପୁତ୍ର ଅମରୀୟ, ତାହାର ପୁତ୍ର ଅହୀଟୂବ୍‍; 
ତାହାର ପୁତ୍ର ସାଦୋକ, ତାହାର ପୁତ୍ର ଅହୀମାସ୍‍। 
ଆଉ ସେମାନଙ୍କ ସ୍ୱ ସ୍ୱ ସୀମାରେ ଛାଉଣିର ସ୍ଥାପନାନୁସାରେ ଏହିସବୁ ସେମାନଙ୍କର ବସତି ସ୍ଥାନ। ଯଥା, ହାରୋଣଙ୍କର ସନ୍ତାନଗଣ କହାତୀୟ ଗୋଷ୍ଠୀର ପ୍ରଥମ ବାଣ୍ଟ ଥିଲା, 
ଏହେତୁ ସେମାନଙ୍କୁ ଯିହୁଦା ଦେଶସ୍ଥ ହିବ୍ରୋଣ ଓ ତହିଁର ଚତୁର୍ଦ୍ଦିଗସ୍ଥ ତଳିଭୂମି ଦିଆଗଲା। 
ମାତ୍ର ନଗରର କ୍ଷେତ୍ର ଓ ତହିଁର ଗ୍ରାମସବୁ ଯିଫୁନ୍ନିର ପୁତ୍ର କାଲେବଙ୍କୁ ଦିଆଗଲା। 
ପୁଣି, ହାରୋଣଙ୍କର ସନ୍ତାନମାନଙ୍କୁ ଆଶ୍ରୟ ନଗରସବୁ, ହିବ୍ରୋଣ; ଲିବ୍‍ନା, ତହିଁର ତଳିଭୂମି ଓ ଯତ୍ତୀର ଓ ଇଷ୍ଟିମୋୟ, ତହିଁର ତଳିଭୂମି; 
ହିଲେନ୍‍, ତହିଁର ତଳିଭୂମି, ଦବୀର, ତହିଁର ତଳିଭୂମି; 
ଆଶନ୍‍, ତହିଁର ତଳିଭୂମି ଓ ବେଥ୍-ଶେମଶ, ତହିଁର ତଳିଭୂମି; 
ପୁଣି, ବିନ୍ୟାମୀନ୍ ବଂଶଠାରୁ ଗେବା, ତହିଁର ତଳିଭୂମି ଓ ଆଲେମତ୍‍, ତହିଁର ତଳିଭୂମି ଓ ଅନାଥୋତ୍‍, ତହିଁର ତଳିଭୂମି ଦିଆଗଲା। ସେମାନଙ୍କ ସମୁଦାୟ ବଂଶର ସର୍ବସୁଦ୍ଧା ତେର ନଗର ଥିଲା। 
ପୁଣି, କହାତର ଅବଶିଷ୍ଟ ସନ୍ତାନମାନଙ୍କୁ ଗୁଲିବାଣ୍ଟ ଦ୍ୱାରା ବଂଶୀୟ ଗୋଷ୍ଠୀଠାରୁ, ଅର୍ଦ୍ଧ ବଂଶ, ଅର୍ଥାତ୍‍, ମନଃଶିର ଅର୍ଦ୍ଧାଂଶଠାରୁ ଦଶ ନଗର ଦିଆଗଲା। 
ଆଉ ଗେର୍ଶୋମର ସନ୍ତାନଗଣକୁ ସେମାନଙ୍କ ଗୋଷ୍ଠୀ ଅନୁସାରେ ଇଷାଖର-ବଂଶଠାରୁ ଓ ଆଶେର-ବଂଶଠାରୁ ଓ ନପ୍ତାଲି-ବଂଶଠାରୁ ଓ ବାଶନସ୍ଥ ମନଃଶି-ବଂଶଠାରୁ ତେର ନଗର ଦିଆଗଲା। 
ମରାରିର ସନ୍ତାନଗଣକୁ ସେମାନଙ୍କ ଗୋଷ୍ଠୀ ଅନୁସାରେ ଗୁଲିବାଣ୍ଟ ଦ୍ୱାରା ରୁବେନ୍‍-ବଂଶଠାରୁ ଓ ଗାଦ୍‍ ବଂଶଠାରୁ ଓ ସବୂଲୂନ-ବଂଶଠାରୁ ବାର ନଗର ଦିଆଗଲା। 
ପୁଣି, ଇସ୍ରାଏଲ-ସନ୍ତାନଗଣ ଲେବୀୟମାନଙ୍କୁ ତଳିଭୂମି ସହିତ ନଗରମାନ ଦେଲେ। 
ସେମାନେ ଗୁଲିବାଣ୍ଟ ଦ୍ୱାରା ନାମରେ ଉଲ୍ଲିଖିତ ଏହି ନଗରସବୁ ଯିହୁଦା-ସନ୍ତାନଗଣର ବଂଶଠାରୁ ଓ ଶିମୀୟୋନ-ସନ୍ତାନଗଣର ବଂଶଠାରୁ ଓ ବିନ୍ୟାମୀନ୍-ସନ୍ତାନଗଣର ବଂଶଠାରୁ ସେମାନଙ୍କୁ ଦେଲେ। 
ପୁଣି, କହାତ-ସନ୍ତାନଗଣର କୌଣସି କୌଣସି ଗୋଷ୍ଠୀ ଇଫ୍ରୟିମ-ବଂଶଠାରୁ ସ୍ୱ ସ୍ୱ ସୀମାସ୍ଥ ନଗର ପାଇଲେ। 
ଆଉ ସେମାନେ ସେମାନଙ୍କୁ ଆଶ୍ରୟ-ନଗରମାନ ଦେଲେ, ଇଫ୍ରୟିମର ପର୍ବତମୟ ଦେଶରେ ତଳିଭୂମି ସହିତ ଶିଖିମ; ତଳିଭୂମି ସହିତ ଗେଷର; 
ତଳିଭୂମି ସହିତ ଯକମୀୟାମ୍‍ ଓ ତଳିଭୂମି ସହିତ ବେଥ୍-ହୋରଣ; 
ତଳିଭୂମି ସହିତ ଅୟାଲୋନ୍‍ ଓ ତଳିଭୂମି ସହିତ ଗାଥ୍‍-ରିମ୍ମୋନ; 
ପୁଣି, ମନଃଶିର ଅର୍ଦ୍ଧ ବଂଶଠାରୁ ତଳିଭୂମି ସହିତ ଆନେର୍‍ ଓ ତଳିଭୂମି ସହିତ ବିଲୀୟମ୍‍, ଏହିସବୁ ନଗର କହାତ-ସନ୍ତାନଗଣର ଅବଶିଷ୍ଟ ଗୋଷ୍ଠୀକୁ ଦେଲେ। 
ଗେର୍ଶୋମର ସନ୍ତାନମାନଙ୍କୁ ମନଃଶିର ଅର୍ଦ୍ଧ ବଂଶର ଗୋଷ୍ଠୀଠାରୁ ତଳିଭୂମି ସହିତ ବାଶନସ୍ଥ ଗୋଲନ୍‍ ଓ ତଳିଭୂମି ସହିତ ଅଷ୍ଟାରୋତ୍‍; 
ଆଉ ଇଷାଖରର ଗୋଷ୍ଠୀଠାରୁ ତଳିଭୂମି ସହିତ କେଦଶ୍‍, ତଳିଭୂମି ସହିତ ଦାବରତ୍‍; 
ତଳିଭୂମି ସହିତ ରାମୋତ୍‍ ଓ ତଳିଭୂମି ସହିତ ଆନେମ୍‍; 
ଆଉ ଆଶେର-ବଂଶଠାରୁ ତଳିଭୂମି ସହିତ ମଶାଲ୍‍, ତଳିଭୂମି ସହିତ ଅବଦୋନ୍‍; 
ତଳିଭୂମି ସହିତ ହୁକ୍କୋକ୍‍ ଓ ତଳିଭୂମି ସହିତ ରହୋବ; 
ଆଉ ନପ୍ତାଲି-ବଂଶଠାରୁ ତଳିଭୂମି ସହିତ ଗାଲିଲୀସ୍ଥ କେଦଶ, ତଳିଭୂମି ସହିତ ହମ୍ମୋନ ଓ ତଳିଭୂମି ସହିତ କିରୀୟାଥୟିମ ଦିଆଗଲା। 
ମରାରି-ସନ୍ତାନଗଣର ଅବଶିଷ୍ଟ ଲେବୀୟମାନଙ୍କୁ ସବୂଲୂନ-ବଂଶଠାରୁ ତଳିଭୂମି ସହିତ ରିମ୍ମୋନ୍‍, ତଳିଭୂମି ସହିତ ତାବୋର୍‍ ଦିଆଗଲା। 
ଆଉ ଯର୍ଦ୍ଦନର ସେପାରି ଯିରୀହୋ ନିକଟରେ ଯର୍ଦ୍ଦନର ପୂର୍ବ ଦିଗରେ ରୁବେନ୍‍-ବଂଶଠାରୁ ତଳିଭୂମି ସହିତ ପ୍ରାନ୍ତରସ୍ଥ ବେତ୍ସର ଓ ତଳିଭୂମି ସହିତ ଯହସ 
ଓ ତଳିଭୂମି ସହିତ କଦେମୋତ୍‍ ଓ ତଳିଭୂମି ସହିତ ମେଫାତ୍‍; 
ଆଉ ଗାଦ୍‍ ବଂଶଠାରୁ ତଳିଭୂମି ସହିତ ଗିଲୀୟଦସ୍ଥ ରାମୋତ୍‍, ତଳିଭୂମି ସହିତ ମହନୟିମ, 
ତଳିଭୂମି ସହିତ ହିଷ୍‍ବୋନ ଓ ତଳିଭୂମି ସହିତ ଯାସେର ଦିଆଗଲା। 
